ଜାପାନରେ କେତେ ଟଙ୍କା ରୋଜଗାର କରନ୍ତି ରିକ୍ସା ଚାଳକ ? ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ....

Published By : Prameya-News7 Bureau | December 19, 2024 IST

ମୁମ୍ଵାଇ ୧୯।୧୨; ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭିଡିଓ ଭାଇରାଲ ହେଉଛି। ଯେଉଁଠାରେ ସାଧାରଣ କାର୍ଯ୍ୟ କରୁଥିବା ଲୋକମାନେ କର୍ପୋରେଟ୍ ଦରମାଠାରୁ ଅଧିକ ରୋଜଗାର କରନ୍ତି ।  ବେଳେବେଳେ ମୋମୋସ ବିକ୍ରେତାଙ୍କ ଦୈନିକ ରୋଜଗାର ଆଶ୍ଚର୍ଯ୍ୟଜନକ ଥିବା ବେଳେ ଚା ବିକ୍ରେତାଙ୍କ ସାପ୍ତାହିକ ରୋଜଗାର ଦେଖିବା ପରେ ଲୋକମାନେ ଚାକିରି ଛାଡିବାକୁ ଚିନ୍ତା କରିବା ଆରମ୍ଭ କରନ୍ତି । ଏହିପରି ଅନ୍ୟ ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଯେଉଁଠାରେ ଜାପାନର ରିକ୍ସାବାଲାର ରୋଜଗାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଜଣେ ଟ୍ରାଭେଲ୍ ଭ୍ଲଗର୍ ଆକାଶ ଚୌଧୁରୀ ଏହି ଭିଡିଓ ସେୟାର କରିଛନ୍ତି। ସେ କହିଛନ୍ତି ଯେ ଜାପାନରେ ରିକ୍ସା ଚାଳକମାନେ ୧୦ ମିନିଟ୍‌ର ଯାତ୍ରା ପାଇଁ ପ୍ରାୟ ୨୭୦୦ ଟଙ୍କା ଅର୍ଥାତ୍‌ (୫୦୦୦ ୟେନ୍) ଚାର୍ଜ କରନ୍ତି । ଯଦି ଗୋଟିଏ ଦିନରେ ୧୦ଟି ରାଇଡ କରନ୍ତି। ତେବେ ସେମାନଙ୍କ ଦୈନିକ ରୋଜଗାର ୨୫୦୦୦ ରୁ ୩୦,୦୦୦ ଟଙ୍କା ମଧ୍ୟରେ ଥାଏ । ଏହି ଅନୁଯାୟୀ, ସେମାନଙ୍କର ରୋଜଗାର ଏକ ମାସରେ ୮ ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଥାଏ ।

ଏହି ଭିଡିଓରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛି । କିଛି ଜଣ ମଜାଳିଆ ଢଙ୍ଗରେ ଉତ୍ତର ଦେଇଛି ।  ଜଣେ ଲେଖିଛନ୍ତି, 'ତଥାପି ଗରିବ?' ଏହାର ଉତ୍ତରରେ କେହି ଜଣେ ଲେଖିଛନ୍ତି, 'ଯଦି ଜାପାନରେ ହାରାହାରି ମାସିକ ଦରମା ୧.୭ ଲକ୍ଷ ଟଙ୍କା, ତେବେ ୬-୭ ଲକ୍ଷ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି କିପରି ଗରିବ ହୋଇପାରିବ?' ଆଉ ଜଣେ ଲେଖିଛନ୍ତି, 'ବୋଧହୁଏ ମୋତେ ଜାପାନ ଯାଇ ଏକ ରିକ୍ସା ଚଳାଇବାକୁ ପଡ଼ିବ। କିଛି ଲୋକ ମନ୍ତବ୍ୟରେ କହିଛନ୍ତି ଯେ ସେଠାରେ ରହିବା ଏବଂ ଜୀବନଶୈଳୀ ମୂଲ୍ୟ ଏତେ ମହଙ୍ଗା ଯେ ଏତେ ରୋଜଗାର ସତ୍ତ୍ଵେ ଲୋକମାନେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି।

ଜାପାନରେ ହାରାହାରି ଦରମା କ’ଣ?

ରିପୋର୍ଟ ଅନୁଯାୟୀ ଜାପାନରେ ବାର୍ଷିକ ହାରାହାରି ଦରମା ୬,୧୭୦,୦୦୦ ୟେନ୍ (ପ୍ରାୟ ୪୫,୪୫୩ ଡଲାର), ଯାହା ଭାରତୀୟ ଟଙ୍କା ରେ ପ୍ରାୟ ୩୫.୧୬ ଲକ୍ଷ ଅଟେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.